ବ୍ରହ୍ମପୁର: ଟ୍ରକରେ ଚାଲାଣ ବେଳେ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ-୫୯ର ଖୋଡ଼ାସିଙ୍ଗି ଠାରେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏ ଟ୍ରକ୍( ଏମଏଚ୍ ୧୮ ବିଜି ୨୩୪୨)ରେ ଦୁଇଜଣ ଲୋକ ପଟ୍ଟାପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଠାରୁ ନାଗପୁର (ମହାରାଷ୍ଟ୍ର)କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଜବତ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।
Prev Post