ବଲାଙ୍ଗୀର ଗସ୍ତରେ ୫-ଟି ସଚିବ

ବଲାଙ୍ଗୀର, (ଏସ୍‌ ନ୍ୟୁଜ): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ଗସ୍ତ କରିଛନ୍ତି । ଗସ୍ତ ସମୟରେ ୫-ଟି ସଚିବଙ୍କ ଉଚ୍ଚସ୍ତରୀୟ ଟିମ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପରେ ପହଞ୍ଚିବେ । ସେଠାରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚ଼ାୟତ ହାଇସ୍କୁଲ ପରିଦର୍ଶନ କରିବେ ।

ବଲାଙ୍ଗୀରଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟ ସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବାର ରହିଛି କାର୍ଯ୍ୟକ୍ରମ । ମେଡିକାଲ କଲେଜରେ ୫ଶହ ବେଡ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସାଇଡ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତସୂଚୀ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରି ସମସ୍ତ ପ୍ରସ୍ତୁତି କରିଛନ୍ତି । ୫-ଟି ସଚିବଙ୍କ ଗସ୍ତ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।