୪ଦିନ ମାର୍କେଟ ବିଲଡିଂ,ଭିଏସଏସ ନଗର ହାଟକୁ ୪୮ ଘଂଟା ପାଇଁ ସିଲ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୮/୪:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ କଠୋର ହୋଇ କଟକଣାକୁ ଉଲଂଘନ କରାଯାଉଥିବାରୁ । ବୁଧବାର ମାର୍କେଟ ବିଲଡିଂ, ବାପୁଜୀ ନଗର ଫାଷ୍ଟଫୁଡ୍‌ ଭେଣ୍ଡିଂ ଜୋନ୍‌ ଓ ରେଂଟାଲ ମାଛ ମାର୍କେଟ ଓ ଭିଏସଏସ ନଗର ହାଟକୁ ୪୮ ଘଂଟା ପାଇଁ ସିଲ କରାଯାଇଛି । ବିଏମସି ଅଧିକାରୀ ଓ କମିଶନରେଟ ପୋଲିସ ଉପସ୍ଥିତିରେ ଏସବୁ ମାର୍କେଟକୁ ସିଲ କରାଯାଇଛି । ଫଳରେ ଏସବୁ ମାର୍କେଟ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ଓ ଶୁକ୍ରବାର ଏସବୁ ମାର୍କେଟ ସିଲ୍‌ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ସଟ୍‌ଡାଉନ୍‌ ରହିବ । ତେଣୁ ୪ ଦିନ ଧରି ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସମେତ ଏସବୁ ମାର୍କେଟ ବନ୍ଦ ରହିବ । ଆସନ୍ତା ସୋମବାର ଖୋଲିବ ।
ଖୋର୍ଦ୍ଧା ଜିଲ୍ଲାରୁ ମୋଟ୧୮୪୦ ଜଣ ସେଥିରୁ ଭୁବନେଶ୍ୱରରୁ ୧୦୪୪ ଜଣ ବୁଧବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଗୋଟିଏ କଥା ଭୁବନେଶ୍ୱରରେ ଅଣାୟତ ହେବାରେ ଲାଗିଛି କରୋନା । ରାଜଧାନୀର ଅମାନିଆଙ୍କ ପାଇଁ କରୋନା ବ୍ୟାପୁଥିବା ଅଭିଯୋଗ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍କେଟ ବିଲ୍‌ଡିଂ ଓ ହାଟ ବଜାରରେ ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ମାନୁନାହାନ୍ତି । ଏକ ସଙ୍ଗେ ବହୁ ଲୋକ ସପିଂ ମଲ୍‌ରେ ପଶି ଯାଉଥିବା ଦେଖିବାକୁ ମିଳୁଛି । ଏହାଛଡା ଖୋଲା ମାର୍କେଟ୍‌ରେ ଲୋକମାନେ ସାମାଜିକ ଦୂରତାକୁ ମାନୁ ନାହାନ୍ତି । ଯେଉଁଥିପାଇଁ ଆଜି ମାର୍କେଟ ବିଲ୍‌ଡିଂକୁ ସିଲ୍‌ କରାଯାଇଛି ।

ବାପୁଜି ନଗର ଫାଷ୍ଟଫୁଡ୍‌ ଭେଣ୍ଡିଂ ଜୋନ୍‌କୁ ବି ୪୮ ଘଂଟା ପାଇଁ ସିଲ୍‌ କରାଯାଇଛି । ସେଠାରେ ପ୍ରବଳ ଭିଡ ହୋଇଥିବା ଖବର ପାଇ ଏନ୍‌ଫୋର୍ସମେ ଟିମ୍‌ ଘଟଣା ସ୍ଥଳରେ ପହଁଚି ଏହାକୁ ସିଲ୍‌ କରିଛି । ସେହିପରି ରେଣ୍ଡାଲ୍‌ ସ୍ଥିତ ଆମିଷ ବଜାରକୁ ବି ବିଏମ୍‌ସି ସିଲ୍‌ କରିଛି । ବୁଧବାର ସକାଳେ ରେଂଟାଲ ସ୍ଥିତ ଆମିଷ ବଜାରରେ ଲୋକମାନେ ପ୍ରବଳ ଭିଡି ଜମାଇଥିଲେ । ଯାହାଦ୍ୱାର ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ ପାଳନ ହୋଇ ନ ଥିଲା । ଏଥିପାଇଁ ବିଏମ୍‌ସି ଏହାକୁ ବନ୍ଦ କରିଛି । ଏହା ବ୍ୟତୀତ ଭିଏସ୍‌ଏସ୍‌ ନଗର ମାର୍କେଟକୁ ମଧ୍ୟ ବନ୍ଦ କରାଯାଇଛି ।
ସେହିପରି ଆଇଡି ମାର୍କେଟ, ଡମଣା, ନୟାପଲ୍ଲୀ, ପଟିଆ ଆଦି ସ୍ଥାନରେ ଅନେକ ଖାଇବା ଦୋକାନକୁ ସିଲ୍‌ କରାଯାଇଛି । ରାଜଧାନୀରେ ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍‌ କରିବା ପରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବା ପର୍ଯ୍ୟନ୍ତ ବିଏମ୍‌ସିର ୩ ଟି ଜୋନ୍‌ରେ ଏହି ଚଢଉ ଜାରି ରହିଥିଲା । ସେପଟେ ଆଜି ବିଏମ୍‌ସି କମିଶନର ରାଜଧାନୀବାସୀଙ୍କୁ ଚେତାବନୀ ଦେଇଛନ୍ତି । କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ଅପିଲ୍‌ କରିଛନ୍ତି । ନିୟମ ନମାନିଲେ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଚେତାବନୀ ଦେଇଛନ୍ତି ।