ରାଗିଂ ପାଇଁ ୭ ଛାତ୍ର ସସପେଣ୍ଡ; କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ରାଗିଂ କରିବା । ଘଟଣାରେ ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ମନା ହୋଇଛି । ସୂଚନା ଅନୁଯାୟୀ ରାଗିଂ କରିଥିବା ୭ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏହି ଘଟଣା ଘଟିଥିବା ବେଳେ  ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ପ୍ରତିକ୍ରିୟା ରଖିଛନ୍ତି । ଅଧ୍ୟକ୍ଷଙ୍କ କହିବା ଅନୁସାରେ ସସପେଣ୍ଡ ହୋଇଥିବା ୭ଜଣ ଛାତ୍ର ଯଦି କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ । ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୋଇଥିବା କହିଛନ୍ତି ଅଧ୍ୟକ୍ଷ ।