ଗୋବିନ୍ଦଙ୍କ ମୃତ୍ୟୁ ପଛରେ ଏକ ବଡ଼ ଷଡ଼ଯନ୍ତ୍ର!

ଗୋବିନ୍ଦ ମୃତ୍ୟୁ ପରେ ପରେ ସରଗରମ ରାଜ୍ୟ ରାଜନୀତି

ଶାସକ ଦଳକୁ କଂଗ୍ରେସର ଓ ବିଜେପି ଟାର୍ଗେଟ..

ଭୁବନେଶ୍ୱର: ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ସେପଟେ ସବୁ ଭିତରେ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁ ପୁଅର ଚର୍ଚ୍ଚା ମିଳୁଥିଲା । ଏତେ ସବୁ ଭିତରେ ସେ ଜେଲରେ ଦଉଡି କେଉଁଠୁ ପାଇଲା ଓ ଆତ୍ମ ହତ୍ୟା କଲା । ତାହା ପୁଣି ଜେଲ୍‌ ଷ୍ଟାଫ୍‌ କେମିତି ଦେଖିପାରିଲେନି ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।

ଗୋବିନ୍ଦଙ୍କ ମୃତ୍ୟୁ ପରେ ମମିତାଙ୍କ ହତ୍ୟା ମାମଲାର ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଗୋବିନ୍ଦଙ୍କ ମୃତ୍ୟୁ ପଛରେ ନିଶ୍ଚୟ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି ସାଲୁଜା । ଆମେ ଏହାକୁ ନେଇ ସନ୍ଦେହରେ ରହିଛୁ । ଏହା ଆତ୍ମହତ୍ୟା ନୁହେଁ, ଏହା ହତ୍ୟା ହୋଇପାରେ । ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇପାରିବ କହିଛନ୍ତି ବିଧାୟକ ସାଲୁଜା ।

ମମିତା ମେହର ହତ୍ୟା ମାମଲା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ପୁଣି ସରଗରମ ହୋଇଛି ରାଜ୍ୟ ରାଜନୀତି । ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମହିଳା ମୋର୍ଚ୍ଚା ସଭାପତି ସୃତି ପଟ୍ଟନାୟକ ଶାସକ ଦଳକୁ କାଠଗଡ଼ାକୁ ଟାଣିଛନ୍ତି । ସୃତି କହିଛନ୍ତି, ଗୋବିନ୍ଦ ପାଖରେ ସବୁକିଛି ତଥ୍ୟ ରହିଥିଲା । ସତ ଲୁଚାଇବାକୁ ଏପରି ଏକ ବ୍ୟବସ୍ଥା ହୋଇଛି ।

ତାହାଛଡ଼ା ଶାସକ ଦଳର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ୍‌ ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସୃତି ପଟ୍ଟନାୟକ । ଖାଲି ସେତିକି ନୁହେଁ ସୃତି ଆହୁରି କହିଛନ୍ତି ଯେ, ମାରିଲେ ନା ମରିବାକୁ ବାଧ୍ୟ କରାଗଲା ସେନେଇ ତଦନ୍ତ ହେବା ଦରକାର । ସେହିପରି ଘଟଣାକୁ ନେଇ ମାହାଙ୍ଗା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୃତି ପଟ୍ଟନାୟକ।