ବିଜେଡିର ଜଣେ ନେତା ୭୦,୦୦୦ କୋଟିର ମାଲିକ

ଆଗାମୀ ନିର୍ବାଚନରେ ଉକ୍ତ ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଛି ……

ଭୁବନେଶ୍ୱର: କ୍ଷମତାସୀନ ବିଜେଡିର ଜଣେ ନେତା ଦୁଇଟି ବିଦେଶୀ ବ୍ୟାଙ୍କରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ରଖିଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନିକଟତମ ମହଲ ଜାଣତରେ ସବୁ କାରସାଦି ହୋଇଛି । ଆଗାମୀ ନିର୍ବାଚନରେ ଉକ୍ତ ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଛି । ଗତ ଜୁନ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ । ମୁଖ୍ୟମନ୍ତ୍ରୀ ବିଦେଶରେ କୋଉ ବିଶିଷ୍ଟ ଲୋକଙ୍କୁ ଭେଟିଥିଲେ, ତା’ର ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାର ଖୋଳତାଡ଼ କରନ୍ତୁ, ବାସ୍ତବ ତଥ୍ୟ ସାମ୍ନାକୁ ଆସିବ ବୋଲି ବିଜେଡି ଦଳପତିଙ୍କ ଆଶ୍ରୟରେ ରହି ପରେ ତଡ଼ା ଖାଇଥିବା ଜଣେ ନେତା କହିଛନ୍ତି ।

ବିଜେପିର ଜଣେ ବରିଷ୍ଠ ନେତା ମଧ୍ୟ ଉକ୍ତ ନେତାଙ୍କ କଥାକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି । ବିଦେଶରୁ କଳାଧନ ସାଉଁଟିବାର ପ୍ରତିଶ୍ରୁତି ଦେଇ ବିଜେପି ଗୋଠ କ୍ଷମତାରେ ବସିଲା । ବିଗତ ୯ ବର୍ଷ ଭିତରେ କେତେ କଳାଧନ ଉଦ୍ଧାର କରାଗଲା; ତା’ର ହିସାବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ରହିଛି । ଏବେ ବିଜେଡି ନେତାଙ୍କ ବିଦେଶୀ ଟଙ୍କାକୁ ଜବତ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପ୍ରତିଶ୍ରୁତି ରକ୍ଷା କରନ୍ତୁ ।