ଚିତି ସାପ କାମୁଡ଼ାରେ ଜଣେ ମୃତ

ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି..

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ନୀଳନ୍ତି ମଲ୍ଲିକଙ୍କୁ ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ନୀଳନ୍ତି ରାତିରେ ଶୋଇଥିବା ସମୟରେ ହଠାତ୍‌ ଚିତି ସାପଟି ତାଙ୍କୁ କାମୁଡ଼ିଦେଇଥିଲା । ପରେ ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ କୋଟଗଡ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ତାଙ୍କୁ ଶବ କୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା ।