ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୫୨୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୫୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୪ ଓ ସ୍ଥାନୀୟ ସଂକ୍ରମିତ ୨୧୭ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୫ ଜଣ ଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ ସଙ୍କ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୪୯, କଟକରୁ ୬୦, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ମୟୁରଭଞ୍ଜରୁ ୨୧, ପୁରୀରୁ ୧୩ ଓ ଷ୍ଟେଟପୁଲରୁ ୬୧ ଅଛନ୍ତି। ରାଜ୍ୟରେ କରୋନାରୁ ଏପର୍ଯ୍ୟନ୍ତ ୧୦ ଲକ୍ଷ ୨୦ ହଜାର ୧୬୮ ସୁସ୍ଥ ହୋଇଥିବା ବେଳେ ୫୩୧୪ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।