ଆଜି ମହାମାୟାଙ୍କ ନବମୀ ପୂଜା, କରୋନା କଟକଣା ଭିତରେ ପାଳିତ ହେଉଛି ପୂଜା

ଭୁବନେଶ୍ୱର: ଆଜି ହେଉଛି ମହାମାୟାଙ୍କ ମହାନବମୀ ପୂଜା । କରୋନା କଟକଣା ଭିତରେ ପୂଜା ପାଳିତ ହେଉଛି । ଏଭଳି ଦିନରେ ପୂଜା ମଣ୍ଡପରେ ଭିଡ ହୁଏ, ଲୋକେ ବାହାରକୁ ବାହାରନ୍ତି ଏବଂ ପୂଜା ଦେଖନ୍ତି । କିନ୍ତୁ ଏଥର କଡା କଟକଣା ଲଗାଇଛି ପ୍ରଶାସନ । ଚାରିପଟୁ ମାଆଙ୍କୁ ଆବଦ୍ଧ କରାଯାଇଛି । ପୂଜା ମଣ୍ଡପକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । ଯାହା ପାଇଁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଟ୍ୱିନ ସିଟିର ସମସ୍ତ ପୂଜା ମଣ୍ଡପରେ ନିରାଡମ୍ବରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।