ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗାଁ ଦାଣ୍ଡରେ ମାଡ ଖାଇଲେ ମହିଳା। ବେଗୁନିଆ ଥାନା ଅଂଚଳରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମରାଯିବା ସହ ତାଙ୍କ ଘରେ ନିଆଁ ଲଗାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୋଲଗଡ ବ୍ଲକ କଡବ ଗାଁରେ ଘଟିଛି ଏହି ଘଟଣା ।

ଗାଁର ମିନିକା ବଳବନ୍ତରାୟଙ୍କୁ ଗାଁର ଏକ ଜମିଜମା ଘଟଣାକୁ ନେଇ କିଛି ଲୋକ ମାଡ ମାରୁଛନ୍ତି । ଏ ନେଇ ଥାନାରେ ମିନିକାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ମାଡ ମାରୁଥିବା ଲୋକଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ବେଗୁନିଆ ପୁଲିସ ଉଭୟଙ୍କ ନାଁରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ମହିଳାଙ୍କ ପ୍ରତି ଗାଁ ଦାଣ୍ଡରେ ଏଭଳି ଅମାନୁଷିକ ମାଡ କାହିଁକି। କାହିଁକି ଦିନକୁ ଦିନ ଅସହ୍ୟ ହେଉଛି ମହିଳାଙ୍କ ପ୍ରତି ଅତ୍ୟାଚାର। ଯାହାକୁ ନେଇ ପୁଣିଥରେ ସଭ୍ୟ ସମାଜର ମାକୁ ସମ୍ମାନ ଦେଉଥିବା ଅସଭ୍ୟ ଚେହେରା ତଳେ ପଡିଛି। ଖାଲି ସେତିକି ନୁହେଁ ପୁଅ ବୟସର ଯୁବକମାନଙ୍କର ସହଭାଗୀତାକୁ ଦେଖିଲେ କିଭଳି ତାଙ୍କୁ ମାରିବାକୁ ଏମାନଙ୍କ ହାତ ଯାଉଛି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ଛି, ଛି ଧିକ ଏମାନଂକ ମାନବିକତାକୁ ବୋଲି ସାଧାରଣାରେ ଚର୍ଚ୍ଚା ହେଉଛି ।

ତେବେ ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗାଁରେ ଗାଁରାସ୍ତା ଅବରୋଧ ବିବାଦକୁ ନେଇ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ବେଗୁନିଆ ଥାନା ଦୁଇ ଜଣକୁ ଗିରଫ କରିଛି ।