ଏମିତି ଏକ ଦୁଃଖଦ ଘଟଣା, ପୋଖରୀରେ ବୁଡି ଯୁବତୀ ମୃତ୍ୟୁ

latest Breaking news ShaksiNews

କେନ୍ଦୁଝର : ଆଜି ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଳା ବାଂଶପାଳ ଗାଁରେ ବାଇଧର କାର୍ଜିଙ୍କ ଝିଅ ସବିତା କାର୍ଜି ନିକଟସ୍ଥ ପୋଖରୀକୁ ଦିନ 12 ଟା ସମୟରେ ଗାଧେଇବା ପାଇଁ ଯାଇଥିବା ବେଳେ ପଖରୀରେ ଗୋଡ଼ ଖସି ମୃତୁ ଘଟିଛି l ଫେରିବାରେ ବିଳମ୍ବ ଦେଖି ଘର ଲୋକେ ଖୋଜା ଖୋଜି କରି ପାଇ ନ ଥିଲେ ।

ପରେ ପୋଖରୀ ଆଡେ ଯାଇ ଦେଖନ୍ତି ତ ପୋଖରିରେ ସବିତା କାର୍ଜିଙ୍କ ମୃତ ଶରୀର ଭାସୁଛି l ମୃତ ଶରୀକୁ ଦେଖି ସଙ୍ଗେ ସଙ୍ଗେ ବାଂଶପାଳ ଫାଣ୍ଡି ପୋଲିସକୁ ଜଣାଇଥିଲେ ପଣ୍ଡି ପୋଲିସ ଓ ଅଗ୍ନିସମ ସେବା ଗାଡି ଆସି ଶବକୁ ଉଦ୍ଧାର କରି ଏକ ଅପମୃତୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛିନ୍ତି l ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ l