160×600
160×600

ନନ୍ଦନକାନନରେ ବର୍ଷକ ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ଟୟ ଟ୍ରେନର ସେବା

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ଆଜିଠାରୁ ଏହି ଟୟ ଟ୍ରେନ୍ ସେବା ଆରମ୍ଭ ହେବ । ବହୁ ବର୍ଷ ପରେ ପର୍ଯ୍ୟଟକ ଡବଲ ମଜା ନେଇପାରିବେ । ଟ୍ରେନରେ ବୁଲିବା ସହ କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ, ତୃଣଭୋଜି ଖୁଆଡ ଭଳି ଅନେକ ଜୀବଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨ଟି ସାଧାରଣ ସିଟ୍ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ୨ଟି ସିଟ୍ ରହିଛି । ଦେଢ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ୍ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୁଲେଟ୍ ଟଏ ଟ୍ରେନ୍ । ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ : ବର୍ଷକ ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ସେବା
୪ଟି ବଗି ଥିବା ଟ୍ରେନରେ ରହିଛି ୭୨ଟି ସିଟ୍; ଭିନ୍ନକ୍ଷମଙ୍କ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା