ତାଳଦଣ୍ଡା କେନାଳ ନିକଟରେ ଖୋଲିବ ନିମନ୍ତ୍ରଣ ରେସ୍ତୋରାଁ

କଟକ: କଟକ ସହରବାସୀ ପାଇପାରିବେ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ବାଦ। ପଖାଳ, ବଡି ଚୁରା, ବେସର ମାଛ ପରି ପାରଂପାରିକ ଓଡ଼ିଆ ଖାଦ୍ୟ ଏବେ କଟକିଆଙ୍କ ହାତ ପାହାନ୍ତାରେ ମିଳିବ। ଏଥିପାଇଁ ସହରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ଖୁବଶୀଘ୍ର ଖୋଲିବାକୁ ଯାଉଛି ରେସ୍ତୋରାଁ ‘ନିମନ୍ତ୍ରଣ’। ଚଳିତ ମାସ ପ୍ରଥମ ସପ୍ତାହରେ ଏହା ଭୁବନେଶ୍ବରରେ ଖୋଲିଥିବା ବେଳେ ଏବେ କଟକରେ ଏହାକୁ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶ କରିବା ଉଦ୍ଦେଶ୍ୟରେ ନିମଣନ୍ତ୍ର ରେସ୍ତୋରାଁକୁ କଟକରେ ଖୋଲାଯିବ। ନୂତନ ଭାବେ ନିର୍ମାଣ ହୋଇଥିବା ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପାର୍ଶ୍ବରେ ଏହାକୁ ଖୋଲିବାକୁ ଯୋଜନା ହୋଇଛି। ଯୋବ୍ରା ତାଳଦଣ୍ଡା କେନାଲ ରାସ୍ତାରେ ଥିବା ‘ଆଇ ଲଭ୍‌ କଟକ’ ଲେଖାର ବିପରୀତ ପାର୍ଶ୍ବ ଖାଲି ସ୍ଥାନରେ ଏହା ନିର୍ମାଣ ହେବ। ଏଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରଂପାରିକ ଖାଦ୍ୟ ମଳିବ।