ପିପିଲି ଉପନିର୍ବାଚନରେ ଟଙ୍କା କାରବାର ନେଇ ଅଭିଯୋଗ ଆଣିଲେ ପିସିସି ସଭାପତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ବେଳେ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରେଜିଷ୍ଟରରେ ନାଁ ଲେଖି ଟଙ୍କା ବଣ୍ଟା ଯାଉଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ଜିତିବା ପାଇଁ ବିଜେପିି ଓ ବିଜେଡି ଉଭୟ ଦଳ ବହୁ ପରିମାଣରେ ଟଙ୍କା ବାଣ୍ଟିଥିବା ସେ ଅଭିଯୋଗ କରିଛନ୍ତି । ତେବେ କଂଗ୍ରେସ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ନିର୍ବାଚନ ଲଢିଛି ତେଣୁ ଫଳାଫଳ କଣ ହେବ ଭୋଟ ଗଣତି ଦିନ ଜଣାପଡିବ ବୋଲି ସେ କହିଛନ୍ତି ।