ପୁଣି ରେଡ ଜୋନରେ ଖୋର୍ଦ୍ଧା ଜିଲ୍ଲା ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ; ଡିଏମଇଟି ନିର୍ଦେଶକ

ଭୁବନେଶ୍ୱର: ପୁଣି ରେଡ ଜୋନରେ ଖୋର୍ଦ୍ଧା। ଦୀର୍ଘ ଦିନ ପରେ ଖୋର୍ଦ୍ଧା ଏବେ ରେଡ଼ ଜୋନକୁ ଆସିଥିବା ଜଣାପଡ଼ିଛି। ଲୋକେ ସଚେତନ ନଥିବା ଏବଂ ପର୍ବ ପର୍ବାଣୀ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିବା କହିଛନ୍ତି ଡିଏମଇଟି ନିର୍ଦେଶକ ସିବିକେ ମହାନ୍ତି। ତାଙ୍କ କହିବା ମୁତାବକ, ପର୍ବ ପର୍ବାଣୀ ପାଇଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଏବେ ଅଧିକ ଲୋକ ଆସୁଛନ୍ତି । ସେଥିପାଇଁ ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ କିଛି କିଛି ଦିନ ବ୍ୟବଧାନରେ ଉପର ତଳ ହେଉଥିବା ଦେଖାଯାଉଛି| ଭୁବନେଶ୍ୱରରେ ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନ ରାଜଧାନୀରେ ୩୬୩୬ସକ୍ରିୟ ସଂକ୍ରମିତ ରହିଛନ୍ତି।। ‌ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା।