ପୁଣି ରକ୍ତ ରଂଜିତ ରାଜଧାନୀ ଭୁବନେଶ୍ୱର

ଭୂବନେଶ୍ୱର,(ଏସ୍ ନ୍ୟୁଜ୍)ତା ୩୦/୮: ପୁଣି ରକ୍ତ ରଂଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ସ୍କୁଟି ସାଇଡ ମାରିବାକୁ କେନ୍ଦ୍ରକରି ଜଣେ ମୋବାଇଲ ଦୋକାନୀକୁ ଗୋଡେଇ ଗୋଡେଇ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣା ରାଜଧାନୀରେ ଚାଚଂଲ୍ୟ ଖେଳାଇ ଦେଇଛି । ଏଭଳି ଅଭାବନୀୟ ଘଟଣା ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ଘଟିଛି।

ମୃତ ମୋବାଇଲ ଦୋକାନୀ ହେଲେ ରଘୁନାଥନଗରର ସନାତନ ରାଉତରାୟ(୨୩) । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ ରଘୁନାଥନଗରରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସ ହସ୍ପିଟାଲକୁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହତ୍ୟାକାରୀ ରାଜା ଜୟସିଂହ ଫେରାର ଥିବାବେଳେ ତାର ୬ ସହଯୋଗୀଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ରାଜା ତାର ମା’କୁ ଧରି ବାଇକ ଯୋଗେ ପଳାଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରୁ ଏକ ଛୁରୀ ଜବତ କରିଛି ।

ଘଟଣା ସ୍ଥଳରେ ସାଇଟିଂଫିକ ଟିମ ପହଚିଂ ତଦନ୍ତ କରିବା ସହ ନିଶା ବେପାରୀକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ରଘୁନାଥ ନଗରରେ ନିଶା କାରବାର ବଢ଼ି ଚାଲିଥିଲେ ମଧ୍ୟ ଲୋକେ ପୁଲିସକୁ ଦାୟୀ କରିଛନ୍ତି । ଉତେକ୍ତ ଯୁବକମାନେ ୪ରୁ ଅଧିକ ଦୋକାନ ବଜାର ଭାଙ୍ଗିଦେବା ସହ ଗୋଟିଏ କାର୍ ଓ ୪ଟି ବାଇକକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଅନ୍ୟ ପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ହତ୍ୟାକାରୀ ରାଜା ଦୀର୍ଘ ଦିନ ଧରି ନିଶା କାରବାର କରୁଥିଲା ।

ପୁଲିସ ଘଟଣା ସ୍ଥଳରେ ପହଚିଂ ନିଶା ବେପାରୀଙ୍କଠାରୁ ମାସିକିଆ ଚାନ୍ଦ ନେଇ ପଳାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ଅଧିକାଂଶ ସମୟରେ ରଘୁନାଥନଗରରେ ହିଂସକାଣ୍ଡ ଘଟୁଛି । ପୁଲିସର ରାତି୍ର ପାଟ୍ରୋଲିଂ ଏକ ପ୍ରକାର ଠପ । ଲୋକେ ଅଭିଯୋଗ କରିବା ପରେ ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଚିଂଥାଏ । ବର୍ଷ ବର୍ଷ ଧରି ନିଶା ବେପାରୀଙ୍କ ଉପରେ ରୋକ ଲଗାଇ ପାରୁନାହିଁ କମିଶନରେଟ ପୁଲିସ । ଅନ୍ୟ ପଟେ ସନାତନ ମୃତୁ୍ୟକୁ ନେଇ ରଘୁନାଥନଗରରେ ଏବେ ବି ଚାପା ଉତେଜନା ଲାଗି ରହିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ କେଉଁ ସମୟରେ କ’ଣ ଯେ, ଅଘଟଣ ଘଟିବ ତାହା କରିବା ସମ୍ଭବପର ନୁହେଁ ।

ଉଲ୍ଲେଖଯୋଗ୍ୟ ଯେ, ରବିବାର ରାତି ପ୍ରାୟ ଗୋଟାଏ । ସନାତନ ରାଉତରାୟ ତାଙ୍କ ୩ ସାଙ୍ଗମାନଙ୍କ ସହ ଚାଲିଚାଲି ଘରକୁ ଫେରୁଥିଲେ । ଏହି ସମୟରେ ରାଜା ନିଶାସକ୍ତ ଅବସ୍ଥାରେ ଏକ ସ୍କୁଟି ଧରି ଆସୁଥିବା ସମୟରେ ଏକ ସନାତନଙ୍କ ସହ ବାଜିଯାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ହାତାହାତି ହୋଇଥିଲା । ଦୀର୍ଘ ସମୟ ଧରି ପାଟିତୁଣ୍ଡ ହେବା ଫଳରେ ସ୍ଥାନୀୟ ଯୁବକମାନେ ଦୁହିଁଙ୍କୁ ବୁଝାସୁଝା କରିବା ପରେ ଘରକୁ ପଠାଇ ଦେଇଥିଲେ ।ଏହାର କିଛି ସମୟ ପରେ ରାଜା ପୁଣି ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀ ଧରି ଘଟଣା ସ୍ଥଳକୁ ଚାଲି ଆସିଥିଲା । ତା ପଛେ ପଛେ ତାଙ୍କର ଦୁଇ ମହିଳାଙ୍କ ସମେତ ୪ ରୁ ୫ ଜଣ ଆସିଥିଲେ । କିଛି ବୁଝିବା ଆଗରୁ ରାଜା ସନାତନକୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ସେଠାରେ ଉପସ୍ଥିତ ଥିବା ଚନ୍ଦନ ନାମକ ଜଣେ ଯୁବକ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ରାଜା ମାନି ନଥିଲା । ହାତରେ ଧରିଥିବା ଧାରୁଆ ଛୁରୀକୁ ତା ଛାତିକୁ ଆକ୍ରମଣ କରିବାକୁ ଲାଗିଥିଲା । ଘଟଣା ସ୍ଥଳରେ ଗୁରୁତର ହୋଇପଡିଯାଇଥିଲେ ସନାତନ ରାଉତରାୟ ।

ସ୍ଥାନୀୟ ଯୁବକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଏମ୍ସ ନେଉଥିବା ସମୟରେ ତାଙ୍କର ମୃତୁ୍ୟ ଘଟିଥିଲା । ଅନ୍ୟ ପଟେ ରାଜା ଓ ତାର ସହଯୋଗୀମାନେ ଏକ କାରରେ ପଳାଇବାକୁ ଉଦ୍ୟମ କରୁଥିଲେ । ସେମାନଙ୍କୁ ମୃତ ସନାତନର ସାଙ୍ଗମାନେ କାବୁ କରି ନେଇଥିଲେ । ସେହିଭଳି ହତ୍ୟାକାରୀ ରାଜା ତାର ମା’କୁ ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି । ଏହାକୁ ନେଇ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇବା ସହ ପୁଲିସ ଘଟଣା ସ୍ଥଳରେ ପହଚିଂଥିଲା । ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଛୁରାମାଡରେ ସନାତନଙ୍କ ମୃତୁ୍ୟ ହୋଇଥିବାବେଳେ ତାର ଦୁଇ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ମୃତ ସନାତନ ଦୁଇ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଦୁଇ ବର୍ଷର ଗୋଟିଏ ଝିଅ ଥିବା ଜଣାପଡିଛି ।

ହତ୍ୟାକାରୀ ରାଜା ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ବୋଲି ଜଣାପଡିଛି । ସେ ତାର ମାଉସୀଘର ରଘୁନାଥନଗରରେ ରହି ନିଶା କାରବାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ରାଜାକୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ସନାତନଙ୍କ ସାଙ୍ଗମାନେ ପ୍ରତିଶୋଧ ପରାୟଣ ହୋଇ ବୁୁଲୁଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିିରେ କ’ଣ ଅଘଟଣ ଘଟିବ ତାହା କହିବା ସମ୍ଭବପର ନୁହେଁ । ଅଚଂଳରେ ଏବେ ବି ଚାପା ଉତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।