ପୁଣି ୨୪ରୁ ପଶ୍ଚିମା ଝଡ଼

ଭୁବନେଶ୍ୱର: ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨୪ରୁ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିବ । ଉପକୂଳରୁ ଦକ୍ଷିଣ ଆଭ୍ୟନ୍ତରୀଣରେ ରାତି ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା କ୍ଷୀଣ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ରାତି ତାପମାତ୍ରା ଖସିବ । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ ହୋଇଥିଲା । ଫଳରେ ରାସ୍ତାଘାଟରେ ଯିବା ଆସିବା କରିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଖାସ୍ କରି ଭୁବନେଶ୍ୱର ଇସ୍କନ ମନ୍ଦିର, ଜୟଦେବ ବିହାର, ରସୁଲଗଡ଼ ଏସପ୍ଲାନେଡ୍ ମଲ୍ ସାମନାରେ ପାଣି ଭର୍ତ୍ତି ହୋଇଯାଇଥିଲା । ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।