ଆସୁଛି ଆଉ ଏକ ପଶ୍ଚିମା ଝଡ଼ : ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଅଶ୍ୱସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ୧୬ ଓ ୧୭ରେ ବର୍ଷାର ପରିମାଣ ବଢ଼ିବା ନେଇ ଟୁଇଟ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହ ଟ୍ରପ୍ ଲାଇନରେ ପରିଣତ ହୋଇ ପାଗରେ ପରିବର୍ତ୍ତନ ଆଣିବ ବୋଲି ପୂର୍ବାନୁମାନ କରାଯାଇଛି ।