ଓସ୍କାର ଆୱାର୍ଡରେ ଇତିହାସ ରଚିଲା ଭାରତ

‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର

ଲସଏଞ୍ଜେଲସ: ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି ।୯୫ତମ ଓସ୍କାର ଆୱାର୍ଡରେ ଇତିହାସ ରଚିଲା ଭାରତ। ବେଷ୍ଟ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଲା  ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’। ସମସ୍ତଙ୍କ ପଛରରେ ପକାଇ ବାଜି ମାରିଲା ଏହି ଫିଲ୍ମ। ଚଳିତ ବର୍ଷ ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଥିଲା। ଯେଉଁଥିରେ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ଏହି ଫିଲ୍ମ ସାମିଲ ଥିଲା। ଏହି ଫିଲ୍ମ ସହିତ ହାଓ ଆଉଟ୍, ହାଓ ଡୁ ୟୁ ମେଜର୍ ଏ ଇୟର୍‌,  ଦା ମାର୍ଥା ମିଚେଲ୍ ଇଫେକ୍ଟ ଏବଂ ଷ୍ଟ୍ରେଞ୍ଜର ଆଟ୍ ଦା ଗେଟ୍ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲା।  ତେବେ ସମସ୍ତ ହଲିଉଡ ଫିଲ୍ମକୁ ପଛରେ ପକାଇ ଏବେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ  ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ପୁରସ୍କୃତ ହୋଇଛି।  ଏଥିସହ ଏହା ଭାରତ ଇତିହାସରେ ଓସ୍କାର ଜିତିବାରେ ପ୍ରଥମ ଫିଲ୍ମ ପାଲଟିଛି।