ଓଡ଼ିଶାରେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ: ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ

ସାରା ଦେଶରେ ଏବେ ପୁଣି କୋଭିଡ୍‌ ….

ଭୁବନେଶ୍ୱର: ସାରା ଦେଶରେ ଏବେ ପୁଣି କୋଭିଡ୍‌ ସଂକ୍ରଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ ଟି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୧୧୩ ଦିନରେ ଏହା ସର୍ବାଧିକ । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ଭିତରେ ସାରେ ଦେଶରେ ଏଚ୍‌୩ଏନ୍‌୨ ଭାଇରସ୍‌ ଚିନ୍ତା ବଢାଇଛି । ଏହା ହେଲେ ଜର ସହ କୋଭିଡ୍‌ ପରି ଲକ୍ଷଣ ଦେଖା ଦେଉଛି । ଥଣ୍ଡା, କାଶ ,ଛିଙ୍କ , ତଣ୍ଟି ଦରଜ ପରି ସମସ୍ୟା ଦେଖା ଦେଉଛି । ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି । ଓଡ଼ିଶାରେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟର ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି।   ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଜାରି କରାଯାଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।