ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି

ଭୁବନେଶ୍ୱର : ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ହୋଇଥିଲା ଶୁଣାଣୀ ।

୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।