ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଭୁବନେଶ୍ୱର: ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ ହୋଇଛନ୍ତି । ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ବିଧାୟକ ପ୍ରଶାନ୍ତଙ୍କ ବେଲ୍ ପାଇଁ କୋର୍ଟରେ ଆବେଦନ କରାଯାଇଛି । ବ୍ଲଡ ପ୍ରେସର ଓ ଡାଇବେଟିସ ବଢ଼ିଯିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିବା ଜଣାପଡିଛି