ଭୁବନେଶ୍ବର: ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ। ସତ୍ୟଭାମାପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ଯେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ କାର୍ଯ୍ୟକାରୀ ହେବ, ଯାହା ରାଜ୍ୟର ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ମିଳିପାରିବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଏହି ଯୋଜନାରେ ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ଏହି ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀମାନେ ଡାକ୍ତରଖାନାରେ ନଗଦହୀନ ଚିକିତ୍ସା ପାଇବେ ।
ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏହାର ବ୍ୟାପକ ସୁଗମତା, ଯାହା ଦ୍ୱାରା ଲୋକମାନେ କେବଳ ଓଡ଼ିଶା ଭିତରେ ଥିବା ଡାକ୍ତରଖାନାରେ ନୁହେଁ ବରଂ ରାଜ୍ୟ ବାହାରେ ଥିବା ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ପାଇପାରିବେ । ୨୯ ହଜାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।