ଗୋଳା ବାରୁଦ ବିସ୍ଫୋରଣରେ ଦୁଇ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୨ ରେ କାମ ଚାଲୁଥିବା ବେଳେ ହଠାତ୍ ଏକ୍ସପ୍ଲୋସିଭ ପାଉଡରରେ ନିଆଁ ଲାଗିଥିଲା । ଫଳରେ ଜୋର ବିସ୍ଫୋରଣ ଘଟିଥିଲା । ଏଥିରେ ଦୁଇ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସଇଁତଲା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମର ଗୌତମ ମହାନନ୍ଦ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ବିସ୍ଫୋରଣରେ ସେମାନଙ୍କର ମୁଁହ ଓ ହାତ ପୋଡ଼ିଥିବା ଜଣାପଡିଛି । ‌ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।