୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା

ବାଲେଶ୍ୱର ଏସ୍‍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସବୁ ବର୍ଗରେ ଅଙ୍ଗୁଳି ନିର୍ଦେଶ କରାଯାଇଛି…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ହତ୍ୟା, ଲୁଟ, ଛିନ୍‍ତାଇ ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅପରାଧକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହେଉଛି । ଏଥିପାଇଁ ବାଲେଶ୍ୱର ଏସ୍‍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସବୁ ବର୍ଗରେ ଅଙ୍ଗୁଳି ନିର୍ଦେଶ କରାଯାଇଛି । ଜିଲ୍ଳାରେ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାକୁ ସଜାଡ଼ିବା ତଥା ଏସ୍‍ପିଙ୍କ ବଦଳି ଦାବିରେ ଆଜି ବାଲେଶ୍ୱର ୧୨ଘଣ୍ଟିଆ ବନ୍ଦ କରାଯାଇଛି ।