ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼

ବରଗଡ଼: ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼। ସେପଟେ ଗୋପପୁରରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାରଣ ନନ୍ଦରାଜା ଓ ନନ୍ଦ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏଥିସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ।

ମହାରାଜ କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶିଳାରେ ପ୍ରହାର କରିବାକୁ ଯିବା ବେଳେ ଶୂନ୍ୟରେ ଆବିର୍ଭାବ ହୋଇ ବିଜୁଳିକନ୍ୟା ଦେଇଛନ୍ତି ଶୂନ୍ୟବାଣୀ। ଏହାପରେ କୃଷ୍ଣକୁ ମାରିବାକୁ ମହାରାଜ କଂସ ଗୋପପୁର ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀକୁ। ମଥୁରାରେ ମହାରାଜ କଂସ ଶ୍ୟାମେଶ୍ୱର ମନ୍ଦିରରେ ମହାଦେବଙ୍କୁ ଦର୍ଶନ ପରେ ନଗର ପରିକ୍ରମା କରିଥିଲେ। ଧନୁଯାତ୍ରାର ତୃତୀୟ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ପ୍ରଦର୍ଶନ କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ରାଜ ଦରବାରରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ବଲପୁର ରେଲେଓ୍ୱ ଡିଭିଜନର ମୁଖ୍ୟ ବିନିଥ ସିଂ।