ଫେବୃଆରୀ ୧୫ ରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: ସିବିଏସି ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଫେବୃଆରୀ ୧୫ରୁ ମାର୍ଚ୍ଚ୨୧ ଯାଏ ଦଶମ ପରୀକ୍ଷା ଏବଂ ଏପ୍ରିଲ ୫ ତାରିଖ ଯାଏ ଦ୍ୱାଦଶ ପରୀକ୍ଷା ହେବ ।

ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡିକ ପାଇଁ ସିବିଏସ୍‌ଇ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁୟାରୀ ୧, ୨୦୨୩ ଠାରୁ ଆରମ୍ଭ ହେବ । ସେହିପରି ଥିଓରୀ ପରୀକ୍ଷା ଫେବୃଆରୀ ୧୫, ୨୦୨୩ ରୁ ଆରମ୍ଭ ହେବ ବାଲି ତାରିଖ ପ୍ରକାଶ ପାଇଛି । ତେବେ କଡା ସୁରକ୍ଷା ଏବଂ କୋଭିଡ ନିୟମ ଅନୁଯାୟୀ ପରିକ୍ଷା ହେବ ବୋଲି ଆଶା କରାଯାଉଛି ।