୨୫ ବର୍ଷ ଧରି ନିଖୋଜ ମହିଳାଙ୍କ କାଳ୍ପନିକ ଶବ ସତ୍କାର

ଭଦ୍ରକ : ମଣିଷର ମୃତ୍ୟୁ ହେଲା ପରେ ତାର ଭାଇବନ୍ଧୁ ଓ ପ୍ରିୟଜନ ତାଙ୍କର ମରଶରୀରକୁ କୋକେଇରେ ବାନ୍ଧି ଶବ ସତ୍କାର କରିଥାନ୍ତି । ହେଲେ ଆଜି ଏପରି ଏକ ଘଟଣା ଘଟିଛି କୋକେଇରେ ଶବ ନାହିଁ ଅଥଚ ଶବ ସତ୍କାର ହୋଇଛି । ଏହାକୁ ନେଇ ବେଶ ଚର୍ଚ୍ଚା ଧାମନଗର ଅଞ୍ଚଳରେ ଘଟିଛି | ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ଗ୍ରାମରେ ଶବ ନଥାଇ ଶବ ସତ୍କାର ହୋଇଛି । ଗ୍ରାମର ସ୍ଵାଗତ ଆନନ୍ଦ ଚନ୍ଦ୍ର ନାୟକଙ୍କ ପତ୍ନୀ ଲୀଳାବତୀ ନାୟକ ଦୀର୍ଘ ପ୍ରାୟ ୨୪ବର୍ଷ ହେଲା ଘରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ।

ବର୍ଷ ପରେ ବର୍ଷ ବିତିଯିବା ପରେ ଲିଳାବତୀଙ୍କ ପୁଅ ଓ ବନ୍ଧୁ ବାନ୍ଧବ ପୁରୀ ମୁକ୍ତି ମଣ୍ଡପରେ ପହଞ୍ଚି ସେମାନଙ୍କଠାରୁ ଏହାର ନିରାକରଣ ସମ୍ପର୍କରେ ପଚାରି ବୁଝିଥିଲେ। ମୁକ୍ତି ମଣ୍ଡପ ପଣ୍ଡିତଙ୍କ କଥା ଅନୁଯାୟୀ ଆଜି ଲିଳାବତୀଙ୍କ ପରିବାର ଲୋକ କୋକେଇରେ ଲିଳାବତୀଙ୍କ ଅରୁଆ ଚାଉଳର ପିଠଉ ପିତୁଳା କରି ଗାଁ ମଶାଣିକୁ ନେଇ ଶବ ସତ୍କାର କରିଛନ୍ତି । ଆଜି ଶବ ସତ୍କାର ପରେ ଆସନ୍ତା କାଲିଠାରୁ ହିନ୍ଦୁ ରୀତିନୀତି ଅନୁଯାୟୀ ୧୦ ଦିନ ଶୁଦ୍ଧିକ୍ରିୟା ଓ ୧୧ ଦିନ ମାର୍ଜନା ଏବଂ ବ୍ରାହ୍ମଣୀ ଭୋଜନ ଆଦି ହେବ ବୋଲି ପୁଅ ରମାକାନ୍ତ ଓ ଉମେଶ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଧାମନଗର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।