ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ

ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ ରହିଛନ୍ତି । ସେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ବି ପଛରେ ପକାଇ ଦେଇଛନ୍ତି । ୪ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୧୪୦ ଭୋଟରେ ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡରେ ବିଜେଡି ୧୬,୯୬୮ ଭୋଟରେ ଆଗୁଆ ଥିବା ବେଳେ ବିଜେପିକୁ ୧୧,୮୨୮ ଭୋଟ ଏବଂ କଂଗ୍ରେସକୁ ୧୩୮୨ ଭୋଟ ମିଳିଛି