ମଣିଷ ଛୁଆ ପରି ଗୋମାତାମାନେ ମଧ୍ୟ ୧୦ ମାସ ଗର୍ଭ ଧାରଣ କରିଥାନ୍ତି 

ପ୍ରତ୍ୟେକ ଚାଷୀ ଏକ ଏକର ଜମିରେ ଉତ୍ପାଦନରେ ୧୭୦ ଜଣ ଚାଷୀ…

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସୋସାଇଟି ପରିସରରେ ଦୁଗ୍ଧ ଚାଷୀମାନଙ୍କୁ ନେଇ ପତଞ୍ଜଳି ତରଫରୁ ଶନିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ପତଞ୍ଜଳି ଯୋଗୋପୀଠ ହରିଦ୍ୱାରର ଅଧିକାରୀ ଶିବ ସୁବୁଦ୍ଧି ଯୋଗ ଦେଇ ଗାଇମାନଙ୍କ ପାଇଁ ବିଭିନ୍ନ ଉତ୍ପାଦନ ସମ୍ପର୍କରେ ତାଲିମ୍ ଦେବା ସହିତ ଗୋମାତା ସେବାଦ୍ବାରା ପୂଣ୍ୟ ଅର୍ଜନ କରିବା ସହିତ ଅର୍ଥ ଉପାର୍ଜନ କରି ନିଜ ପରିବାରର ପ୍ରତିପୋଷଣ କରିପାରିବେ l

ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରିୟବ୍ରତ ବେହେରା ଗୋମାତାଙ୍କର ସେବାଯତ୍ନ କଲେ ଅଧିକ କ୍ଷୀର ଦେଇଥାନ୍ତି ସେଥିପ୍ରତି ଅଧିକ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ l ପ୍ରତ୍ୟେକ ଚାଷୀ ଏକ ଏକର ଜମିରେ ଉତ୍ପାଦନରେ ୧୭୦ ଜଣ ଚାଷୀ ତେଲିବନ୍ଧର ଦୁଗ୍ଧ ସୋସାଇଟି ପ୍ରତିଦିନ ୧୨ ଶହ ଲିଟର ସଂଗ୍ରହ କରି ଜିଲ୍ଲାରେ ପ୍ରଥମ ହୋଇଥିବା ଜଣାପଡିଛି l

ଆସନ୍ତା ଦିନରେ ଉପଯୁକ୍ତ ତାଲିମ୍ ଓ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଗଲେ ଅଧିକ ଚାଷୀ ସାମିଲ ହେବା ସହିତ ୩ ହଜାର ଲିଟର ସଂଗ୍ରହ ହୋଇପାରିବ ବୋଲି ଦୁଗ୍ଧ ବ୍ୟବସାୟୀ ମାନେ ମତ ପ୍ରକାଶ କରିଥିଲେ l ସମସ୍ତ ଦୁଗ୍ଧ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଗୁହାଳ ଯୋଗାଇଦେବା ପାଇଁ ଦାବୀ ରଖିଥିଲେ l ଏହି ବୈଠକରେ ସୂର୍ଯ୍ୟଏନ୍ଦ୍ର କୁମାର ଶତପଥି, କୁନା ବାଘ ଯୋଗଦାନ କରି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ l