ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକ ର ….

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇକୋକ୍ଳବ ତରଫରୁ ପ୍ରକୃତିକୁ ଜାଣିବା ଓ ତାର ସଂରକ୍ଷଣ କରିବା ପାଇଁ ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକ ର ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଯାଜପୁର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି l ଇକୋ କ୍ଳବ ର ସଂଯୋଜକ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଙ୍କ ନେତୃତ୍ୱ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ଏକ ବସ ଯୋଗେ ବାରିବାଣୀ ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ମଧ୍ୟରେ ଯାତ୍ରାକରି ସମସ୍ତ ବୃକ୍ଷ ମାନଙ୍କୁ ଚିହ୍ନିବା ସହ ଔଷଧୀୟ ବୃକ୍ଷ ମାନଙ୍କୁ ପ୍ରତ୍ୟେକ୍ଷ ଭାବରେ ଚିହ୍ନଟ କରି ତାର ଗୁଣ ବିଷୟରେ ଜାଣିବା ସହ ତାର ସ୍ଥିତା ବସ୍ଥା ଅନୁଧ୍ୟାନ କରିଥିଲେ l ଜଙ୍ଗଲ ମଧ୍ୟରେ ପ୍ରାୟ ଚାରି କିଲୋମିଟର ପଦଯାତ୍ରା କରି ସେମାନେ ମଣିପୁର ସଂରକ୍ଷିତ ଜଙ୍ଗଲରେ ତାଙ୍କର ଯାତ୍ରା ଶେଷ କରିଥିଲେ l ସେହି ଜଙ୍ଗଲରେ ଜୈବ ବିଭିନ୍ନତା ଉପରେ ଗବେଷଣା କରିବା ସହ ହର୍ବାରିୟମ ସଂଗ୍ରହ କର l