ତେଲିବନ୍ଧ ହାଇସ୍କୁଲଠାରେ ସୁନେତ୍ର ଚକ୍ଷୁ ଶିବିର

ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉକ୍ତ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ….

ବୌଦ୍ଧ : ଜିଲ୍ଲାର ତେଲିବନ୍ଧ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩୮ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୭୬ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡ ବଲ୍ଲଭଚନ୍ଦ୍ର ପ୍ରଧାନ ତଥା ସୁବର୍ଣ୍ଣପୁର ଜିଲ୍ଲାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଲୟରୁ ଦୁଇଜଣ ସହକାରୀ ଚକ୍ଷୁ ଚିକିତ୍ସକ ଉପସ୍ଥିତ ରହି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉକ୍ତ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ।