ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ବଡ ମେଡିକାଲରେ ଅଗ୍ନିକାଣ୍ଡ । ସୁପର ସ୍ପେଶାଲିଷ୍ଟ ୫ ନଂ କୋଠାରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁ ଓଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଅଗ୍ନିକାଣ୍ଡରେ ଓଟିରେ ଥିବା ୨ ଜଣଙ୍କ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ପୁରା ବିଲ୍ଡିଂରେ ଥିବା ୨୦ରୁ ୨୨ ରୋଗୀଙ୍କୁ ଅନ୍ୟ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି ।ଘଟଣାସ୍ଥଳରେ ୪ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।