ଭାଉଜ ସହ ଚୋରାପୀରତ ପଡିଲା ମହଙ୍ଗା : ଯୁବକଙ୍କୁ ବାନ୍ଧିଲେ ପରିବାର

କରଞ୍ଜିଆ : ଭାଉଜ ସହ ଚୋରାପୀରତି ମହଙ୍ଗା ପଡିଲା । ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ଛେଚା ଖାଇବା ସହ ରାତିସାରା ଖୁଣ୍ଟରେ ବନ୍ଧା ହେଲେ ବିବାହିତ ଯୁବକ । ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷାଦା ଗ୍ରାମରେ । ବିଳମ୍ବିତ ରାତିରେ ବିବାହିତ ଯୁବକ ସୁବ୍ରତ ବାରିକ ସେହି ଗାଁର ଜଣେ ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ଧରାପଡି ଖୁଣ୍ଟରେ ବାନ୍ଧି ରାତିସାରା ପିଟିଲେ ପରିବାର ଲୋକେ । ଖବରପାଇ କରଞ୍ଜିଆ ପୋଲିସ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।