ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ କରି ଜନସାଧାରଣଙ୍କୁ ଜଣାଇଛନ୍ତି । ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ଅନୁରୋଧ କରିଛନ୍ତି ।
ସୂଚନା ଯେ, ରାଜ୍ୟରେ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୭ ହଜାର ୨୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୨୨୯ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ମାମଲା ୮୧ ହଜାର ୭୬୫ରେ ଅଛି ।

ପ୍ରକାଶ ଯେ, ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୦୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ବାଲେଶ୍ୱରରୁ ୩୪୩ ନୂଆ ମାମଲା ଆସିଛି । ସେହିପରି ରାୟଗଡ଼ାରୁ ୨୯୫, ସୋନପୁରରୁ ୨୮୨, ମୟୂରଭଂଜରୁ ୨୨୯, ବଲାଙ୍ଗିରରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଲଗା ଦିନ ତୁଳନାରେ ପ୍ରାୟ ଦୁଇ ତିନି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗୁଛି ।