ଗୋଚାଲାଣର ପର୍ଦ୍ଦାଫାଶ : ୫୦ ଗୋରୁ ଉଦ୍ଧାର, ୩ ଅଟକ

ଭଦ୍ରକ : ବେଆଇନ୍ ଗୋଚାଲାଣର ପର୍ଦ୍ଦାଫାଶ । ଉଦ୍ଧାର । ଗୋରୁ ଗାଡ଼ିକୁ ଜବତ କରିବା ସହ ୫୦ରୁ ଅଧିକ ଗୋରୁ, ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି । ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟି ବେଆଇନ ଭାବେ ଗୋରୁ ବୋଝେଇ କରି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀ ପୋଲିସ ନାକାବନ୍ଦୀ କରି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ବେଆଇନ ଭାବେ ଗୋରୁ ଚାଲାଣ ନେଇ ଟ୍ରକକୁ ଜବତ କରିଛି ପୋଲିସ । ଟ୍ରକରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦ ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାରେ ଛାଡିଛି ପୋଲିସ।