ବଢ଼ିଲା ଗାଡ଼ି କାଗଜପତ୍ର ଚେକିଂ ଅବଧି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଡ଼ିସେମ୍ବର ଶେଷ ଯାଏଁ ସମସ୍ତ ପ୍ରକାର ଯାନବାହନ କାଗଜପତ୍ର ବୈଧତାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏ ନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ ) ପକ୍ଷରୁ ସୋମବାର ବିଞ୍ଜପ୍ତି ପ୍ରକାଶ ପାଇଛି।

ବିଞ୍ଜପ୍ତିରେ କୁହାଯାଇଛି ଯେ ମୋଟର ଭେଇକିଲ ରୁଲ୍ସ -୧୯୮୯ ଅନ୍ତର୍ଗତ ଫିଟନେସ ସମସ୍ତ ପ୍ରକାର ପରମିଟ, ଡ୍ରାଇଭିଂ ଲାଇନ୍ସେସ ରେଜିଷ୍ଟ୍ରସନ ସାର୍ଟିଫିକେଟ ଓ ଅନ୍ୟ କାଗଜ ପତ୍ରର ଅବଧି ଯାହା ୨୦୨୦ ଫେବୃଆରୀ ୧ରୁ ସରିଛି ତାହାକୁ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ମାର୍ଚ୍ଚ ୧୮ ରୁ ବୈଧତା ସରିଥିବା ଲରନର୍ସ ଲାଇସେନ୍ସକୁ ମଧ୍ୟ ଡ଼ିସେମ୍ବର ୩୧ ଯାଏଁ ବଢ଼ାଇ ଦିଆଯାଇଛି। ଯାତ୍ରୀ ଓ ମାଲବାହୀ ଯାନ ,ସ୍କୁଲ ବସ ଓ ଅନ୍ୟ ବସ ଗୁଡିକର କାଗଜପତ୍ର ବୈଧତା ମଧ୍ୟ ବଢିଛି। ତେବେ ପଲ୍ଲୂସନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିପିକେଟ ଓ ଅସ୍ଥାୟୀ ପରମିଟ ବୈଧତା ବଢ଼ିନାହିଁ। ଗାଡି ଚାଳକ ମାନେ ପଲ୍ଲୂସନ ସାର୍ଟିଫିକେଟ କରାଇବାକୁ ନିର୍ଦେଶ ଦିଆଯାଇଛି।