ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ପାର, ୪୨୮ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ନମୂନା ମଧ୍ୟରୁ ୨୭୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ପାର କରିଛି। ଏଥିସହ ପୁଣି ୯ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୭୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୦୪୪ ଲୋକାଲ୍ କେସ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକରୁ ୨୪୭, ଯାଜପୁରରୁ ୨୧୭, ଗଞ୍ଜାମରୁ ୨୧୨, ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୪, ପୁରୀରୁ ୧୪୪, ମୟୁରଭଞ୍ଜରୁ ୧୩୭, ବାଲେଶ୍ୱରରୁ ୧୨୯, ନୟାଗଡ଼ରୁ ୧୦୩, ମାଲକାନଗିରିରୁ ୧୦୧, ଜଗତସିଂହପୁରରୁ ୧୦୧ ପଜିଟିଭ୍ ବାହାରିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫୧୯ ଜଣ ଆକ୍ରାନ୍ତ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ଟିଭ୍ କେସ ୨୬,୮୨୬ ରହିଥିବା ବେଳେ ୫୬,୯୨୪ ଆକ୍ରାନ୍ତ ଏବେସୁଦ୍ଧା ସୁସ୍ଥ ହୋଇସାରିଲେଣି। ଅନ୍ୟପଟେ ଆଜିର ୯ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃକଙ୍କ ସଂଖ୍ୟା ୪୨୮ ଛୁଇଁଛି।