ହୁସେନ ରବିଗାନ୍ଧୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ …

କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ତାଙ୍କ ଭଳି ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା । ପ୍ରଥମେ ସେ ବିଜୁ ବାବୁଙ୍କ ସହ ଏବଂ ପରେ ବିଜୁ ଜନତା ଦଳରେ ଥିଲେ । ଦଳ ପାଇଁ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ଲେଖକ ଭାବେ ମଧ୍ୟ ସେ ପ୍ରସିଦ୍ଧି ହାସଲ କରିଥିଲେ । ଓଡିଆ ଭାଷା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।