‘ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ୍‌ ୨.୦’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଏବଂ ‘ଅଟଳ ମିସନ୍‌ ଫର୍‌ ରିଜୁଭେନେସନ୍‌ ଆଣ୍ଡ୍‌ ଅର୍ବାନ୍‌ ଟ୍ରାନ୍‌ସଫର୍ମେସନ୍‌ ୨.୦’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟରେ ସ୍ୱଚ୍ଛତା ଅଭିଯାନକୁ କିଭଳି ସଫଳତାପୂର୍ବକ କାର୍ଯ୍ୟକାରୀ କରାଯିବ ସେନେଇ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।