ବ୍ରହ୍ମଗିରିରେ ୧ ହଜାର ୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ୧ ହଜାର ୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲ୍ଲା ପାଇଁ ୩ ଲକ୍ଷ ୬୭ ହଜାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁରୀର ବିକାଶ ପାଇଁ ଆମର ଦାୟିତ୍ୱ। ଲଣ୍ଡନ, ଟୋକିଓ ଭଳି ପୁରୀ ସହରରେ ଲୋକେ ପିଇବା ପାଣି ପାଉଛନ୍ତି। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ପାଇଁ ୧୯୧ ଟି ଗାଁର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। କୋଭିଡ ସମଗ୍ର ମାନବ ଜାତିକୁ କଷ୍ଟ ଦେଇଛି। ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଥିଲେ। ଆପଣମାନେ ଓଡ଼ିଶା ସରକାରଙ୍କୁ ସହଯୋଗ କରିଥିଲେ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ୯୬ ଲକ୍ଷ ପରିବାର ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇଛନ୍ତି। ଏହି କାର୍ଡ ଜରିଆରେ ଲୋକେ ଚିକିତ୍ସା କ୍ଷେତ୍ରରେ ଆର୍ଥିକ ସହାୟତା ପାଇପାରିବେ|