ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର । ସୂଚନା ମୁତାବକ, ସିଭିଲ…

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର । ସୂଚନା ମୁତାବକ, ସିଭିଲ ସପ୍ଲାଏ ଅଫିସର ବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅନାଦିଙ୍କ ୫ଟି ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି । ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଘରେ ଚଢ଼ାଉ ଚାଲିଥିବା ଜଣାପଡିଛି । ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର । ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ, କଟକ ପୈତୃକ ଘର ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ବିଡିଓ ଅଶ୍ୱିନୀ ଦାସଙ୍କ ୨୪ ପ୍ଲଟ୍ ଠାବ ହୋଇଛି । ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ମଧ୍ୟ ଠାବ ହୋଇଛି । ଏହା ସହ ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ଭିଜିଲାନ୍ସ । ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଏହା ସହ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କୋଜି ରୂପା ଜବତ ହୋଇଛି ।