ଆଜିଠୁ ଆରମ୍ଭ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ….

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୩ହଜାର ୧୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ ୧୧୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ମାନେ ସକାଳ ୯ଟାରେ କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ଆଡମିଟ କାର୍ଡ, ବ୍ଲାକ ବଲକ ପଏଣ୍ଟ ପେନ୍ , ପାଣି ବୋତଲ ଛାଡି ଅନ୍ୟ କୌଣସି ସମାଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ଜଣାଯାଇଛି ।