ଓଡିଶାରୁ ବିଦାୟ ନେଲା ମୌସୁମୀ ବାୟୁ

ଭୁବନେଶ୍ବର (ଏସ ନ୍ୟୁଜ ): ଓଡିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀର ବିଦାୟ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଓଡିଶା ସହ ଦେଶରୁ ମଧ୍ୟ ବିଦାୟ ନେଇଛି ମୌସୁମୀ ବାୟୁ । ତେବେ ୨ ଦିନ ଆଗରୁ ୮ ଜିଲ୍ଲାରୁ ସମ୍ପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଯାଇଥିଲା ମୌସୁମୀ ।

ସେପଟେ ଆଜିଠାରୁ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଜି ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ସହ ଏସବୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗତ ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା । ସେହିପରି ଜୁନ ୧୧ରେ ଏହା ଓଡ଼ିଶାରେ ପହଞ୍ଚିଥିଲା ।

ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ କିଛି ଦଶନ୍ଧିରେ ସବୁଠାରୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି । ୨୦୧୦ରେ ମୌସୁମୀ ଅକ୍ଟୋବର ୨୬ରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ୨୦୧୧ରେ ଅକ୍ଟୋବର ୨୪, ୨୦୧୩ରେ ଅକ୍ଟୋବର ୧୯ ଓ ୧୯୮୫ରେ ଅକ୍ଟୋବର ୧୭ରେ ପ୍ରତ୍ୟାବର୍ତ୍ତନ କରିଥିଲା ।