ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର( ଏସ୍ ନ୍ଯୁଜ) : ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଓଡ଼ିଶାର ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଅନ୍ତ ଘଟିଛି। ବିଳମ୍ବରେ ହେଲେ ବି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରି ବାଲେଶ୍ୱର ପାଇଁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଜଣ ପ୍ରାର୍ଥୀ ଙ୍କୁ ଅନେକ ଶୁଭକାମନା।ମୋର ଦୃଢ ବିଶ୍ବାସ ଆମେ ବିଜୟୀ ଲାଭ କରିବୁ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ।

ସେହିପରି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ବାଲେଶ୍ୱର ସଦର ପାଇଁ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପିରୁ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଛି।

ଏଠାରେ ଉଲ୍ଲେଖ ଥାଉକି, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା ଚର୍ଚ୍ଚାରେ ଥିଲେ। ଏମିତିକି ଜୀବନ ପ୍ରଦୀପ ଦାସ, ଅରୁଣ ଦେ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା।