୧୧ଶହ ଟପିଲା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର( ଏସ ନ୍ୟୁଜ: ରାଜ୍ୟରେ ୧୧ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଆଜି ୨୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ନେଇ କରୋନା ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଭୁବନେଶ୍ୱର, କଟକ, ନବରଙ୍ଗପୁର, ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭଦ୍ରକ, ବରଗଡ, ପୁରୀ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା ଓ ରାଉରକେଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ହେଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ୨୧୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୮୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୧, ବାଲେଶ୍ବରରୁ ୫୭, ବରଗଡ଼ରୁ ୭୩, ଭଦ୍ରକରୁ ୪୭, ବଲାଙ୍ଗୀରୁ ୭୯, ବୌଦ୍ଧରୁ ୨୧, କଟକରୁ ୧୫୬, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୮, ଗଜପତିରୁ ୮, ଗଞ୍ଜାମରୁ ୧୮, ଜଗତ୍‌ସିଂହପୁରରୁ ୬୬, ଯାଜପୁରରୁ ୭୧, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୭୨, କେନ୍ଦୁଝରରୁ ୪୬, ଖୋର୍ଦ୍ଧାରୁ ୩୬୧, କୋରାପୁଟରୁ ୩୮, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୪୧, ପୁରୀରୁ ୭୩, ରାୟଗଡ଼ରୁ ୨୫, ସମ୍ବଲପୁରରୁ ୫୩, ସୋନପୁରରୁ ୮୦, ସୁନ୍ଦରଗଡ଼ରୁ ୧୩୭ ଓ ଷ୍ଟେଟ୍‌ ପୁଲ୍‌ରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।