ଆଜି ରାଜ୍ୟରେ କରୋନାରେ ୧୫ ମୃତ୍ୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ) ରାଜ୍ୟରେ କମୁନାହିଁ କରୋନା ମୃତ୍ୟୁ ସଂଖ୍ୟା। ଆଜି ୧୨୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।ଏହାକୁ ନେଇ କରୋନା ମୃତ୍ୟୁ ସଂଖ୍ୟା ୧,୪୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଓ କଟକରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ , ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ରାଜ୍ୟରେ ନୂଆ ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୧୭ ହେଉଛି ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

୩୦ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୨୨୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଟି, ସୁନ୍ଦରଗଡ଼ରୁ ୧୧୯ଟି ଓ କଟକ ଜିଲ୍ଲାରୁ ୯୬ ଟି ମାମଲା ରହିଛି । ସେହିପରି ପୁରୀରୁ ୬୦ଟି, ଜଗତସିଂହପୁରରୁ ୫୯, ବରଗଡ଼ରୁ ୬୦, ବାଲେଶ୍ୱରରୁ ୨୧, ଅନୁଗୁଳରୁ ୫୮ଟି, ମୟୁରଭଞ୍ଜରୁ ୪୬, ଝାରସୁଗୁଡ଼ାରୁ ୩୨, ନୂଆପଡ଼ାରୁ ୬୬, ସମ୍ବଲପୁରରୁ ୪୦, ବଲାଙ୍ଗୀରରୁ ୩୩ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୪୮ ଟି, ନବରଂଗପୁରରୁ ୧୪ଟି, କୋରାପୁଟରୁ ୨୧ଟି, ରାୟଗଡ଼ାରୁ ୫ଟି, ସୋନପୁରରୁ ୧୩ଟି, ଭଦ୍ରକରୁ ୨୮ଟି, ନୟାଗଡ଼ରୁ ୨୦ଟି, ଢେଙ୍କାନାଳରୁ ୨୬ଟି ଏବଂ ରାଜ୍ୟ ପୁଲରୁ ୨୧ଟି ମାମଲା ଚିହ୍ନଟ ହୋଇଛି ।

ସେପଟେ ୧୨୨୦ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩ ଲକ୍ଷ ୫ ହଜାରରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୨୩୪୧ ଥିବାବେଳେ ୨୯୧୧୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୪୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦୭୭୧୧୯ ଟି କରୋନା ପରୀକ୍ଷା କରାଯାଇଛି ।