ରାଜ୍ୟରେ ଆଜି ୫୮ ଜୀବନ ନେଲା କରୋନା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୧୧୬କୁ ବୃଦ୍ଧି ପାଇଛି ।ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡରୁ ୭, ଗଞ୍ଜାମରୁ ୫, ବଲାଙ୍ଗିରରୁ ୪, ବାଲେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ପରଣ କରିଛନ୍ତି । ଏହା ସହ ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।