ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର

ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ନୂଆ ୩୯୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩୪୮ ଜଣ କ୍ୱାରେଣ୍ଟିନରେ ଥିବା ବେଳେ ୧୫୬୫ ରୋଗୀ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି ପାଇଛି। ଏହାସହ ପୁଣି ୧୦ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ପୁରୀ ଜିଲ୍ଲାରୁ ୨୧୨, ଝାରସୁଗୁଡ଼ା ଜିଲ୍ଲାରୁ ୧୬୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬, ବଲାଙ୍ଗୀର ଜିଲ୍ଲାରୁ ୧୪୨, ବାଲେଶ୍ବର ଜିଲ୍ଲାରୁ ୧୩୪, କୋରାପୁଟ ଜିଲ୍ଲାରୁ ୧୦୦, ଭଦ୍ରକ ଜିଲ୍ଲାରୁ ୧୨୩, ରାୟଗଡ଼ା ଜିଲ୍ଲାରୁ ୯୮, ସୁନ୍ଦରଗଡ଼ ଜିଲ୍ଲାରୁ ୩୫, ଜଗତସିଂହପୁର ଜିଲ୍ଲାରୁ ୧୦୮, ସମ୍ବଲପୁର ଜିଲ୍ଲାରୁ ୧୪୧, କଳାହାଣ୍ଡି ଜିଲ୍ଲାରୁ ୬୦, ଯାଜପୁର ଜିଲ୍ଲାରୁ ୧୨୮, କନ୍ଧମାଳ ଜିଲ୍ଲାରୁ ୮୬, ମାଲକାନଗିରି ଜିଲ୍ଲାରୁ ୬୮, ଗଜପତି ଜିଲ୍ଲାରୁ ୧୬, ମୟୂରଭଞ୍ଜ ଜିଲ୍ଲାରୁ ୧୪୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ ୧୧୨, କେନ୍ଦୁଝର ଜିଲ୍ଲାରୁ ୭୬, ସୁବର୍ଣ୍ଣପୁର ଜିଲ୍ଲାରୁ ୯୧, ଅନୁଗୁଳ ଜିଲ୍ଲାରୁ ୧୦୩, ବରଗଡ଼ ଜିଲ୍ଲାରୁ ୧୪୬, ନୂଆପଡ଼ା ଜିଲ୍ଲାରୁ ୧୨୮, ନୟାଗଡ଼ ଜିଲ୍ଲାରୁ ୬୦, ଗଞ୍ଜାମ ଜିଲ୍ଲାରୁ ୮୬, ଦେବଗଡ଼ ଜିଲ୍ଲାରୁ ୧୫, ବୌଦ୍ଧ ଜିଲ୍ଲାରୁ ୬୧ ଏବଂ ଷ୍ଟେଟ୍ ପୁଲରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଓଡିଶାରେ ପୁଣି ୧୦ କୋରେନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୩ ଜଣ, କଟକ ୨ ଜଣ, ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୩୪ ହଜାର ୮୪୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୨୩ ହଜାର ୧୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି।