ମହାନଦୀ ପାଣିରେ ଭାସୁଛି ମୃତଦେହ

ଆଠଗଡ: ମହାନଦୀ ପାଣିରେ ଭାସୁଛି ଅଜଣା ମୃତଦେହ । ଖୁଣ୍ଟୁଣି ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିନଥିବା ଜଣାଯାଇଛି । ତେବେ ମୃତଦେହରେ କଳା ରଙ୍ଗର ପ୍ୟାଣ୍ଟ, ନୀଳ ରଙ୍ଗର ସାର୍ଟ ପିନ୍ଧି ଅବସ୍ଥାରେ ଭାସୁଥିବା ଦେଖାଯାଇଛି । ଦୁଇ ଦିନ ତଳେ ଜଣେ ଯୁବତୀ ମୁଣ୍ଡଳି ବ୍ରିଜରୁ ଡେଇଁ ନିଖୋଜ ଥିବା ବେଳେ ମୃତଦେହଟି ତାଙ୍କର ହୋଇଥିବା ଅନୁମାନ ହେଉଛି । ତେବେ ଏହା ପ୍ରକୃତରେ ତାଙ୍କର କିମ୍ବା ଆଉ କାହାର ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।